ଭାରତରେ ମାତ୍ର ୧୧ ପ୍ରତିଶତ ହାଇକୋର୍ଟ ଜଜ୍‌ ମହିଳା, ସଂସଦୀୟ ବୋର୍ଡକୁ ସରକାର ଦେଲେ ସୂଚନା

0

ନୂଆଦିଲ୍ଲୀ . –  ଭାରତରେ ଥିବା ସମସ୍ତ ହାଇକୋର୍ଟରେ ମାତ୍ର  ୧୧ ପ୍ରତିଶତ ମହିଳା ଜଜ୍‌ ଥିବା କଥା କେନ୍ଦ୍ର ସରକାର ସଂସଦୀୟ ବୋର୍ଡକୁ ସୂଚନା ଦେଇଛନ୍ତି । ସମସ୍ତ ହାଇକୋର୍ଟରେ ମୋଟ୍‌ ୬୭୦ ଜଣ ଜଜ୍‌ ଅଛନ୍ତି । ଏମାନଙ୍କ ମଧ୍ୟରୁ ମାତ୍ର ୭୩ ଜଣ ମହିଳା ।

୨୦୧୩ ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ୧୦୭୯ ଜଣ ଜଜ୍‌ଙ୍କୁ ନିଯୁକ୍ତି ଦେବା କଥା । ମାତ୍ର ସେହି ସଂଖ୍ୟାତୁଳନାରେ ଏବେ ମାତ୍ର ୬୭୦ ଜଣ ଜଜ୍‌ କାମ କରୁଛନ୍ତି । ଏବେବି ୪୦୯ଟି ପଦବୀ ଖାଲି ପଡିଛି । ୭୩ ଜଣ ମହିଳା ଜଜ୍ ମାର୍ଚ୍ଚ ୨୩, ୨୦୧୮ ସୁଦ୍ଧା ବିଭିନ୍ନ ହାଇକୋର୍ଟରେ କାର୍ଯ୍ୟରତ ଅଛନ୍ତି ।

Leave A Reply