ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ମନ୍ଥନ ବୈଠକ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଲଙ୍ଗଳକଣ୍ଟି ଗ୍ରାମରେ ଜୁଆଙ୍ଗ ସମ୍ପ୍ରଦାୟର ଏକ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ ଯୋଗଦେଇ ଜୁଆଙ୍ଗ ସଂସ୍କୃତି ଓ ପରମ୍ପରା ଆଧାରରେ ସମାଜକୁ ଏକତ୍ରିତ କରି ତାହା କିପରି ବିକଶିତ କରି ଠିଆ କରାଯାଇପାରେ ମଧ୍ୟପ୍ରଦେଶର ଭିଲ୍ ସମ୍ପ୍ରଦାୟର ଜନଜାତି ମାନଙ୍କର ଉଦାହରଣ ଦେଇ ବିଷଦ ଭାବେ ବୁଝାଇଥିଲେ । ଏହି ଅବସରରେ ଜୁଆଙ୍ଗ ମାନଙ୍କର ପରମ୍ପରାକୁ ନେଇ ଶିକ୍ଷିତ ଯୁବବନ୍ଧୁ ମାନଙ୍କୁ ଗବେଷଣା କରିବାପାଇଁ ପରାମର୍ଶ ଦେଇଥିଲେ ।ଏହି ସଭାରେ ଉପସଭାପତି ନିରଞ୍ଜନ ଜୁଆଙ୍ଗ ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷ ପଦ୍ମଲୋଚନ, ହରିଚନ୍ଦନପୁର ମଣ୍ଡଳ ସଭାପତି କାଳୀଚରଣ ଜୁଆଙ୍ଗ ତଥା ଉପଦେଷ୍ଟା ଖଗେଶ୍ବର ମହାନ୍ତ, ବଳଭଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜୁଆଙ୍ଗ ବିକାଶ ପରିଷଦର ସଂଗଠନ ସମ୍ପାଦକ କାର୍ଯ୍ୟକୁ କିପରି ତ୍ଵରାନିତ କରାଯିବ ତାହା ଆଲୋଚନା କରି ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସମାପ୍ତ କରିଥିଲେ ।

Comments are closed.