ଜନଶିକ୍ଷଣ ସଂସ୍ଥାନରେ ‘କୌଶଳାଚାର୍ଯ୍ୟ ସମ୍ମାନ’

ଭୁବନେଶ୍ୱର: ଜନ ଶିକ୍ଷଣ ସଂସ୍ଥାନ, ଭୁବନେଶ୍ୱର ଅଧୀନରେ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ କାର୍ଯ୍ୟରତ ପ୍ରଶିକ୍ଷକ ଓ ପ୍ରଶିକ୍ଷିକାମାନଙ୍କ ନିମନ୍ତେ ଗୁରୁଦିବସରେ ‘କୌଶଳାଚାର୍ଯ୍ୟ ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ଦେଶିକା ନିବେଦିତା ନରୁଲା ଏବଂ ସମାଜସେବୀ ଅମୀୟ ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ କରୋନା ବିଶ୍ୱ ମହାମାରୀର ପ୍ରତିକାର ଓ ପ୍ରତିଷେଧକ, ଜୀବନ ଓ ଜୀବିକାକୁ ନେଇ ଆଲୋଚନା କରିଥିଲେ।

ସମୟର ଆହ୍ୱାନରେ ନିଜକୁ ପ୍ରସ୍ତୁତ କରି ସମାଜ ଆଗରେ ପ୍ରତିଷ୍ଠିତ ହେବା ସହ ଦକ୍ଷତା ତାଲିମ ନେଇ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ସମାଜସେବୀ ଅମୀୟ ମହାନ୍ତି ଆଲୋକପାତ କରିଥିଲେ। ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ତାଲିମ କେନ୍ଦ୍ର ଖୋଲିବା ନିମନ୍ତେ କରୋନା ମହାମାରୀ ସଂକ୍ରାନ୍ତୀୟ ନିର୍ଦେଶାବଳୀ ବିଷୟରେ ସଂସ୍ଥାନର ନିର୍ଦେଶିକା ନିବେଦିତା ନରୁଲା ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପ୍ରଶିକ୍ଷକ ଓ ପ୍ରଶିକ୍ଷିକାମାନଙ୍କୁ ‘କୌଶଳାଚାର୍ଯ୍ୟ ସମ୍ମାନ’ ପ୍ରଦାନ କରାଇଥିଲା। କାର୍ଯ୍ୟକ୍ରମ ଅଧିକାରୀ ପ୍ରଶାନ୍ତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.