ଡିସେମ୍ବରରେ ଜେଏସପିଏଲର ସର୍ବାଧିକ ଉତ୍ପାଦନ ଏବଂ ବିକ୍ରୟ ରେକର୍ଡ

  • ଡିସେମ୍ବର ୨୦୨୦ରେ  ଜେଏସପିଏଲର ଅନୁଗୁଳ, ରାଇଗଡ଼ ଓ ପତ୍ରାତୁ କାରଖାନାର ରେକର୍ଡ ପରିମାଣର ମାସିକ ଇସ୍ପାତ ଉତ୍ପାଦନ
  • ଆର୍ଥିକ ବର୍ଷ ୨୦୨୧ର ତୃତୀୟ ତ୍ରୈମାସରେ ଆର୍ଥିକ ବର୍ଷ ୨୦୨୦ ତୁଳନାରେ ଜେଏସପିଏଲର  ଇସ୍ପାତ ଉତ୍ପାଦନରେ ୨୦% ବୃଦ୍ଧି

ଭୁବନେଶ୍ବର:  ବିଶିଷ୍ଟ ଶିଳ୍ପପତି  ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ କମ୍ପାନୀ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ (ଜେଏସପିଏଲ) ଡିସେମ୍ବର -୨୦୨୦ରେ ରେ ରେକର୍ଡ ୭.୨୭ ଲକ୍ଷ ଟନ ଇସ୍ପାତ ମାସିକ ଉତ୍ପାଦନ କରିଛି । ଜେଏସପିଏଲର ଅନୁଗୁଳ ଠାରେ ଥିବା ସମନ୍ବିତ ଇସ୍ପାତ କାରଖାନା ଏହି ମାସରେ ତାର ସର୍ବାଧିକ ମାସିକ ଉତ୍ପାଦନ, ୪.୧୬ ଲକ୍ଷ ଟନ ହାସଲ କରିଥିବା ବେଳେ, ଏହାର ରାଇଗଡ଼ରେ ଥିବା ଇସ୍ପାତ କାରଖାନା ମଧ୍ୟ
ସର୍ବଧିକ  ମାସିକ ଉତ୍ପାଦନ୩.୧୧ ଲକ୍ଷ ଟନ ହାସଲ କରିଛି । ସେହିଭଳି ଡ଼ିସେମ୍ବର ୨୦୨୦ ରେ ଜେଏସପିଏଲ ୭.୨୨ ଟନ ଇସ୍ପାତ ବିକ୍ରୟ କରି ସର୍ବାଧିକ ମାସିକ ବିକ୍ରୟ ହାସଲ କରିଛି ।
ଆର୍ଥିକ ବର୍ଷ ୨୦୨୧ର ତୃତୀୟ ତ୍ରୈମାସରେ ଜେଏସପିଏଲ ୧୯.୩ ଲକ୍ଷ ଟନ ଇସ୍ପାତ ଉତ୍ପାଦନ କରିଛି । ଗତ ଆର୍ଥିକ ବର୍ଷ ର ଏହି ସମୟରେ ୧୬.୧  ଲକ୍ଷ ଟନ ଇସ୍ପାତ ଉତ୍ପାଦନ କରିଥିଲା |  ସେହିପରି ଆର୍ଥିକ ବର୍ଷ ୨୦୨୦ ତୁଳନାରେ  ଆର୍ଥିକ ବର୍ଷ ୨୦୨୧ର ତୃତୀୟ ତ୍ରୈମାସରେ ଜେଏସପିଏଲର  ଇସ୍ପାତ ବିକ୍ରୟରେ ୧୨ ପ୍ରତିଶତ ବୃଦ୍ଧି ହୋଇ ୧୮.୮ ଲକ୍ଷ ଟନରେ ପହଁଛି | ଗତ ଆର୍ଥିକ ବର୍ଷ ତୁଳନାରେ ଆର୍ଥିକ ବର୍ଷ ୨୦୨୧ର ତୃତୀୟ ତ୍ରୈମାସରେ ଜେଏସପିଏଲର  ରପ୍ତାନି ୧୮ ପ୍ରତିଶତ ବୃଦ୍ଧି ପାଇ ୩.୮୭ ଲକ୍ଷ ଟନ ହୋଇଛି, ଯାହାକି ସମୁଦାୟ ବିକ୍ରୟର ୨୧ପ୍ରତିଶତ |

ସଂଖ୍ୟା ଲକ୍ଷ ଟନ୍ ରେ
ଡିସେମ୍ବର 20
ନଭେମ୍ବର 20
ଡିସେମ୍ବର 19 Q3FY21 Q3FY20
  ଉତ୍ପାଦନ 7.27 6.14 5.59 19.26 16.10
  ବିକ୍ରୟ 7.11 5.65 5.67 18.76 16.71

କମ୍ପାନୀ ଏହି ସଫଳତାରେ ଜେଏସପିଏଲର ପରିଚାଳନା ନିର୍ଦେଶକ ଶ୍ରୀ ଭି. ଆର. ଶର୍ମା ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ମୁଁ  ଏହି ସଫଳତାର ଶ୍ରେୟ ଜେଏସପିଏଲର ସମସ୍ତ ସମର୍ପିତ କର୍ମଚାରୀ ମାନଙ୍କୁ ଦେଉଛି, କାରଣ ସେମାନେ କୌଣସି ଅଧିକ ପୁଞ୍ଜି ଖର୍ଚ୍ଚ ନ କରି,  ଉପଲବ୍ଧ ଉତ୍ପାଦନ କ୍ଷମତାର ସୁବିନିଯୋଗ କରି ଏହି ରେକର୍ଡ ହାସଲ କରିଛନ୍ତି । ଆମେ ନିଶ୍ଚିତ ଯେ, ଭବିଷ୍ୟତରେ କମ୍ପାନୀ ଆହୁରି ଅଧିକ ଉଚ୍ଚତା ହାସଲ କରିବ ।”

Comments are closed.