ରବିବାରଠାରୁ ବିହାରରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ଜେ.ପି.ନଡ଼୍ଡ଼ା

ନୂଆଦିଲ୍ଲୀ: ରବିବାରଠାରୁ ବିହାରରେ ବିଜେପି ଆରମ୍ଭ କରିବ ବିଧିବଦ୍ଧ ନିର୍ବାଚନ ପ୍ରଚାର । ଦଳର ସଭାପତି ଜେ.ପି.ନଡ଼୍ଡ଼ା ଗୟାରୁ ପ୍ରଚାର ଆରମ୍ଭ କରିବେ ବୋଲି ଚୂଡ଼ାନ୍ତ ହୋଇଛି ।  ଏହା  ବିହାର ବିଧାନସଭା ନିର୍ବାଚନ ପାଇଁ  ଦଳର ଜଣେ ବରିଷ୍ଠ ନେତାଙ୍କ ପ୍ରଥମ ସାଧାରଣ ସଭା ହେବ।

ବିଜେପି ମୁଖପାତ୍ର ସଞ୍ଜୟ ମାୟୁଖ କହିଛନ୍ତି ଯେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ଼୍ଡ଼ା ଦିନିକିଆ ରାଜ୍ୟ ଗସ୍ତରେ ଆସିବେ। ଗୟାଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବା ପୂର୍ବରୁ ସେ ପାଟଣାର ପ୍ରସିଦ୍ଧ ହନୁମାନ ମନ୍ଦିର ଦର୍ଶନ କରିବେ ଏବଂ ଜୟପ୍ରକାଶ ନାରାୟଣ ରହୁଥିବା ଜେପି ନିବାସ ମଧ୍ୟ ଯିବେ ।  ପରେ ପାଟନାରେ ଦଳର ନେତା ତଥା କର୍ମକର୍ତାଙ୍କ ଏକ କର୍ମୀ ସମ୍ମିଳନୀକୁ ସେ ସମ୍ବୋଧିତ କରିବେ ଯେଉଁଥିରେ ଜିଲ୍ଲା ସଭାପତି, ସାଂସଦ, ବିଧାନସଭା ନିର୍ବାଚନ ପ୍ରାର୍ଥୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ ବୋଲି ଶ୍ରୀ ମାୟୁଖ ସୂଚନା ଦେଇଛନ୍ତି ।

Comments are closed.