ଭାରତୀୟ ଜନତାପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜେପି ନଡ୍ଡା

ନୂଆଦିଲ୍ଲୀ . – ଜେପି ନଡ୍ଡା ଭାରତୀୟ ଜନତାପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ । ଏବେ ଅମିତ ଶାହା ବିଜେପି ଅଧ୍ୟକ୍ଷ ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟୀତ୍ୱ ନିର୍ବାହ କରୁଛନ୍ତି।

ପୂର୍ବରୁ ବି ଜେପି ନଡ୍ଡାଙ୍କ ନାମ ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚାରେ ଥିଲା । ବିଜେପି ସଂସଦୀୟ ଦଳ ଜେପି ନଡ୍ଡାଙ୍କ ନାମକୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସୀକୃତି ଦେଇଥିବା କଥା ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି ।

Comments are closed.