ସାମ୍ବାଦିକଙ୍କ ପିତୃ ବିୟୋଗ

ସମ୍ବଲପୁର : ସମ୍ବଲପୁରରେ କାର୍ଯ୍ୟରତ ସାମ୍ବାଦିକ ତୁଶବନ୍ତ ଯୋଶୀଙ୍କ ପିତା ଦୁର୍ଯ୍ୟୋଧନ ଯୋଶୀଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥିବା ବେଳେ ମଙ୍ଗଳବାର ସେ ତାଙ୍କର ବରଗଡ ଜିଲା ସୋହେଲା ଚିଚିଣ୍ଡା ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୁର୍ଯ୍ୟୋଧନ ଯୋଶୀ ସମଗ୍ର ଅଞ୍ଚଳରେ ଜଣେ କର୍ମଠ, ନିଷ୍ଠାବାନ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ରୂପେ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗ ଖବର ମିଳିବା ପରେ ଆତ୍ମୀୟ ସ୍ୱଜନ ଙ୍କ ସମେତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ଓ ଶୁଭେଚ୍ଛୁ ମାନେ ତାଙ୍କର ବାସଭବନରେ ପହୁଞ୍ôଚ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଚିିଚିଣ୍ଡା ସ୍ଥିତ ଗ୍ରାମ ଶ୍ମଶାନରେ ବଡପୁତ୍ର ରାକେଶ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ସେ ତାଙ୍କର ପଛରେ ୨ ପୁତ୍ର ଓ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି ।

Comments are closed.