ଦୁର୍ଘଟଣାରେ ଯୁବ ସାମ୍ବାଦିକ ଆହତ

ସମ୍ବଲପୁର, : ସାପ୍ତାହିତକ ଖବର କାଗଜ ବାର୍ତ୍ତାର ସମ୍ବଲପୁର ଜିଲା ପ୍ରତିନିଧି ତଥା ଓଜେୟୁର ସମ୍ବଲପୁର ଶାଖାର ସକ୍ରିୟ ସଦସ୍ୟ ଯୁବ ସାମ୍ବାଦିକ ସଞ୍ଜୀବ ପାଣିଗ୍ରାହୀ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଛନ୍ତି । ସକାଳ ପ୍ରାୟ ୧୦ଟା ସମୟରେ ଧନୁପାଲି ପଟରୁ ମୁଖ୍ୟ ସହର ପଟକୁ ମୋଟର ସାଇକେଲରେ ଯାଉଥିବା ବେଳେ ସ୍ଥାନୀୟ ଗୋପାଲଜୀ ମଠ ନିକଟରେ ଏକ ବୁଲା ଗାଈ ରାସ୍ତା ଉପରକୁ ଅଚାନକ ଆସିଯିବାରୁ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଫଳରେ ତାଙ୍କର ଡାହାଣ ଗୋଡରେ ଗଭୀର ଆଘାତ ଲାଗିବା ସହିତ ୬ଟି ଷ୍ଟିଚ କରାଯାଇଛି । ସ୍ଥାନୀୟ ଲୋକେ ଉଦ୍ଧାର କରି ଭତରା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇ ଯାଇଥିଲେ । ଶ୍ରୀ ପାଣିଗ୍ରାହୀଙ୍କ ଚିକିତ୍ସା ପରେ ତାଙ୍କୁ ଘରକୁ ନିଆଯାଇଛି ଏବଂ ସେ ବିପଦମୁକ୍ତ ଥିବାର ରହିଛନ୍ତି ।

Comments are closed.