ସାମ୍ବାଦିକ ସମନ୍ବୟ କମିଟି ପକ୍ଷରୁ ଧାରଣା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପାଞ୍ଚ ସାମ୍ବାଦିକଙ୍କୁ ବିନା କାରଣରେ ଏବଂ ସତ୍ୟ ଖବର ପରିବେଷଣ କରିବାରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଷଡ଼ଯନ୍ତ୍ର କରି ଆକ୍ରୋ​ଷମୂଳକ ‌ଭାବେ ଗିରଫ କରି ଜେଲ ପଠାଇଥିବା ଘଟଣାକୁ ବିରୋଧ କରି ରବିବାର ମାଲକାନଗିରି ଜିଲ୍ଲାର ସମସ୍ତ ସାମ୍ବାଦିକ ଏକତ୍ରିତ ଭାବେ ଆଦର୍ଶ ଥାନା ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି । ଯେ ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କ ପକ୍ଷରୁ ଡାକ୍ତରଙ୍କ ବିରୋଧରେ ଦିଆଯାଇଥିବା ପାଞ୍ଚଟି ମାମଲା ରୁଜୁ କରିବା ସହ ସେହି ଡାକ୍ତର ମାନଙ୍କୁ ଗିରଫ କରାନଯାଇଛି ଏହି ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ଗଣମାଧ୍ୟମର ପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି। ରାତି ଅଧରେ ସାମ୍ବାଦିକ ମାନଙ୍କୁ ପୁଲସ ଆକ୍ରୋ​ଷ ମୂଳକ ମୋନୋଭାଵ ରଖି ଗିରଫ କରିଥିବା ଅଭିଯୋଗ ହୋଇ ଥିବା ବେଳେ ସାମ୍ବାଦିକଙ୍କ ସମର୍ଥନରେ ଜିଲା ଓକିଲ ସଂଘ ଆଦିବାସୀ ସଂଘ ସମସ୍ତ ବୁଦ୍ଧିଜୀବୀ ସମର୍ଥନ ଜଣାଇ ଥିଲେ। ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ, ଦୁର୍ଯ୍ୟଧାନ ପାତ୍ର, ଜିତେନ୍ଦ୍ର ବେଉରା, ଦେଵବ୍ରତ ସାନା ପ୍ରମୁଖ ଆନ୍ଦୋଳନରେ ଯୋଗ ଦେଇ ଥିଲେ।

Comments are closed.