ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡ ଘଟଣାରେ ଗୁରୁବାର ୫ ଦୋଷୀଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଯାଇଛି। ଖଲିକୋଟ ଏଡିଜେ କୋର୍ଟର ବିଚାରପତି ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦୋଷୀଙ୍କୁ ଦଣ୍ଡ ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ୨୭ ମେ’ ୨୦୧୪ରେ ତରୁଣଙ୍କ ହତ୍ୟା ହୋଇଥିଲା। ଏହି ଘଟଣାରେ ୪୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା। ଜୁନ୍ ୬ ତାରିଖରେ ଏହି ଘଟଣାର ରାୟ ପ୍ରକାଶ ପାଇବାର ଥିଲା ହେଲେ ଅନ୍ୟ କିଛି ପିଟିସନ ଦାଖଲ ପରେ ତାର ଶୁଣାଣି ୨୭ ଜୁନ ପାଇଁ ଧାର୍ଯ୍ୟ ହୋଇଥିଲା।
ଏହି ଘଟଣାରେ କୋଟିପତି କାଜୁ ବ୍ୟବସାୟୀ ଶ୍ୟାମ ସୁନ୍ଦର ପୃଷ୍ଟି ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ୍ ଥିବା କ୍ରାଇମବ୍ରାଞ୍ଚ ଅଭିହିତ କରିଥିଲା। ଘଟଣା ପରଠାରୁ ଶ୍ୟାମ ସୁନ୍ଦରଙ୍କ ସମେତ ୫ ଅଭିଯୁକ୍ତ ଜେଲରେ ଅଛନ୍ତି।

Comments are closed.