ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ପ୍ରତିବାଦ ଶୋଭାଯାତ୍ରା

0

ଆରଡି : ସାରା ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ଦାବି ନେଇ ଶୁକ୍ରବାର ଅପରାହ୍ଣରେ ଭଦ୍ରକ ଜିଲା ଆରଡିପୀଠରେ ଆଖଣ୍ଡଳମଣି ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା। ବିଶେଷକରି ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବା ଓ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରୁଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନେ ଆରଡି ଆର.ଆଇଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହ ସାମ୍ବାଦିକମାନଙ୍କର ବିମା ପତ୍ର ବିଳମ୍ବ ନେଇ ଜିଲା ପ୍ରଶାସନ ବିରୋଧରେ ନାରାବାଜି ଦେଇଥିଲେ। ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମ୍ବାଦିକ ନାଗାର୍ଜୁମ ରାୟ, ଦିପ୍ତୀରଞନ ନାୟକ, ଆଶିଷ ପାଢୀ, ଦିପକ ରଞନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply