କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ପୁରୀ: କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ସାମ୍ବାଦିକଙ୍କ। ସମୟ ଖବର କାଗଜର କୋଣାର୍କ ପ୍ରତିନିଧି ସଂଗ୍ରାମ ମହାପାତ୍ର କରୋନାରେ ପ୍ରାଣ ହରାଇଥିବା ସୂଚନା ମିିଳିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ପୁରୀ ଏବଂ ଭୁବନେଶ୍ଵର କୋଭିଡ଼୍ ହସ୍ପିଟାଲରେ ସେ ଚିକିତ୍ସିତ ହୋଇ ଫେରିଥିଲେ। କାଲି ହଠାତ୍ ପୁଣି ଅସୁସ୍ଥ ହେବାରୁ କୋଣାର୍କ କୋଭିଡ଼୍ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

Comments are closed.