କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ସାମ୍ବାଦିକ

ବଲାଙ୍ଗିର: କରୋନାରେ ଆକ୍ରାନ୍ତ ହୋଇଥିବା ବଲାଙ୍ଗିର ଜିଲାରେ କାର୍ୟ୍ୟରତ ବୈଦ୍ୟୁତିକ ଗଣମାଧ୍ୟମର ଜଣେ ପ୍ରତିନିଧୀ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଘରକୁ ଫେରିବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସାମ୍ବାଦିକ ଜଣକ ଦୁଇ ସପ୍ତାହ ଏକାନ୍ତ ସଙ୍ଗବାସରେ ରହିବେ ବୋଲି ଜଣାପଡିଛି। ପରେ ସେ ନିଜ କର୍ମସ୍ଥଳକୁ ଫେରିବେ ବୋଲି ସୂଚନା ଦେଇଛନ୍ତି। ସାମ୍ବାଦିକ ସୁସ୍ଥ ହୋଇ ଫେରିବା ପରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ହରିନାରାୟଣ ପୂଝାରୀ, ସମ୍ପାଦକ ବଳରାମ ମିଶ୍ର, ଶରତ ମହାକୁର, ଦୀପକ ପୁରୋହିତ, ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ବଲାଙ୍ଗିର ଜିଲାରେ କାର୍ୟ୍ୟରତ ବୈଦ୍ୟୁତିକ ଗଣମାଧ୍ୟମର ଏହି ପ୍ରତିନିଧୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜିଲାର ପ୍ରଥମ ସାମ୍ବାଦିକ ଭାବେ ସେ ସ୍ୱଇଚ୍ଛାରେ ନିଜ ସ୍ୱାବ ପରୀକ୍ଷା କରାଇଥିଲେ। ୧୭ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ସେ ବଲାଙ୍ଗିର କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ତେବେ ନିଜ କର୍ତ୍ତବ୍ୟ ତୁଲାଇବା ସମୟରେ ଯେ କେହି ବି ଏହି ସଂକ୍ରମଣର ଶୀକାର ହୋଇପାରେ। ତେଣୁ ପଜିଟିଭ ଚିହ୍ନଟ ହେବା ପରେ ନିରୁତ୍ସାହିତ କରିବା ବଦଳରେ ସେମାନଙ୍କୁ ଉତ୍ସାହିତ କରିବା ଉଚିତ ବୋଲି ସାମ୍ବାଦିକ ଜଣକ ନିଜ ପ୍ରତିକ୍ରୀୟାରେ କହିଛନ୍ତି।

Comments are closed.