ଜୋକୋଭିକ୍ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ

0

ନ୍ୟୁୟର୍କ : ସର୍ବିଆର ନୋଭାକ୍‍ ଜୋକୋଭିଚ୍‍ ୟୁ.ଏସ୍‍. ଓପନ ଟେନିସ୍‍ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ସେ ଆର୍ଜେଣ୍ଟିନାର ଜୁଆନ୍‍ ମାର୍ଟିନ୍‍ ଡେଲ୍‍ ପୋଟ୍ରୋଙ୍କୁ ସିଧାସଳଖ ୬-୩, ୭-୬, ୬-୩ ସେଟ୍‍ରେ ହରାଇ ୧୪ତମ ଗ୍ରାଣ୍ଡ୍‍ ସ୍ଲାମ୍‍ ବିଜେତା ହୋଇପାରିଛନ୍ତି। ଏହାସହିତ ସେ ପିଟ୍‍ ସାମ୍ପ୍ରାସ୍‍ଙ୍କ ସହ ସମକକ୍ଷ ହୋଇପାରିଛନ୍ତି । ବର୍ତ୍ତମାନ ସେ ରାଫେଲ ନାଦାଙ୍କ ଠାରୁ ୩ଟି ସ୍ଲାମ୍‍ ଏବଂ ୨୦ଟି ଗ୍ରାଣ୍ଡସ୍ଲାମ ହାସଲ କରିଥିବା ରୋଜର ଫେଡରରଙ୍କଠାରୁ ୬ ସ୍ଲାମ ପଛରେ ଅଛନ୍ତି।

Leave A Reply