ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କରୋନା ରିପୋର୍ଟ ନେଗେଟିଭ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସଭିଁଙ୍କ ଶୁଭକାମନା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ସେ ଟ୍ୱିଟ ଯୋଗେ ଜଣାଇଛନ୍ତି, ସଭିଁଙ୍କ ଶୁଭେଚ୍ଛା ଓ ଚିକିତ୍ସକଙ୍କ ଚିକିତ୍ସା ପାଇଁ ମୁଁ ସୁସ୍ଥ ହୋଇଛି ଓ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। ଆପଣ ସମସ୍ତଙ୍କ ଠାରୁ ମିଳିଥିବା ସହଯୋଗ ଓ ଶୁଭକାମନା ପାଇଁ ଅଶେଷ ଧନ୍ୟବାଦ।
ସୂଚନା ଯୋଗ୍ୟ , ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପ୍ରିଲ ୧୪ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

Comments are closed.