କଂଗ୍ରେସରୁ ଇସ୍ତଫା ଦେଲେ ସୁନ୍ଦରଗଡ ବିଧାୟକ ଯୋଗେଶ

0

ଭୁବନେଶ୍ବର : ଶୁକ୍ରବାର ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦଳ ଓ ବିଧାୟକ ଉଭୟ ପଦରୁ ଯୋଗେଶ ସିଂହ ଇସ୍ତଫା ଦେଇଥିବା ସୂଚନା ମିଳିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ବୋଲି ଯୋଗେଶ ସିଂହ କହିଛନ୍ତି ।

ଗୁରୁବାର ଯୋଗେଶ ସିଂହଙ୍କୁ କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ହେବା ପରେ ସେ ଦଳ ଛାଡିବେ ବୋଲି କହିଥିଲେ । ଦଳ ବିରୋଧୀ କାର୍ୟ୍ୟ ଏବଂ ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଖୋଲାଖୋଲି ପ୍ରଶଂସା କରିବା କାରଣରୁ ତାଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ନିଲମ୍ବନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯୋଗେଶ କହିଥିଲେ ଯେ, ମୁଁ ସେମିତି କୌଣସି ଭୁଲ କରି ନାହିଁ । ମୁଁ କେବେ କୌଣସି ସ୍ଥାନରେ କଂଗ୍ରେସ ଛାଡ଼ିବି ବୋଲି କହି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଭଲ କାମକୁ ପ୍ରଶଂସା କରିବା କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ।

Leave A Reply