କିଷାନ ମୋର୍ଚ୍ଚାରୁ ଯୋଗେନ୍ଦ୍ର ନିଲମ୍ବିତ

ନୂଆଦିଲ୍ଲୀ: ବିଶିଷ୍ଟ ସାମାଜିକ କର୍ମୀ, ‘ସ୍ବରାଜ ଅଭିଯାନ’ ମୁଖ୍ୟ ତଥା ସଂଯୁକ୍ତ କିଷାନ ମହାସଂଘ ନେତା ଯୋଗେନ୍ଦ୍ର ଯାଦବଙ୍କୁ ସଂଘରୁ ମାସକ ପାଇଁ ନିଲମ୍ବିତ କରାଯାଇଛି। ଏହା ସତ୍ତ୍ବେ ସେ ସଂଘର ନିଷ୍ପତ୍ତିକୁ ସମ୍ମାନ ଦେବା ସହ କୃଷକଙ୍କ ସ୍ବାର୍ଥରକ୍ଷା ପାଇଁ ସର୍ବଦା କାର୍ଯ୍ୟ କରିଚାଲିବେ ବୋଲି କହିଛନ୍ତି। ଲଖିମପୁର ଖେରିଠାରେ ଗାଡ଼ି ମଡ଼ାଇ ୪ କୃଷକଙ୍କୁ ହତ୍ୟା ଓ ତତ୍‌ପରବର୍ତ୍ତୀ ହିଂସାରେ ସାମ୍ବାଦିକଙ୍କ ସହ ୩ ବିଜେପି କର୍ମୀଙ୍କୁ ହତ୍ୟା ଘଟଣା ପରେ ଯୋଗେନ୍ଦ୍ର ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସେ ମୃତ ବିଜେପି କର୍ମୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସାକ୍ଷାତ୍‌ କରିଥିଲେ। ଏଥିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାମାନେ କ୍ଷୁବ୍ଧ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଗୁରୁବାର ଯୋଗେନ୍ଦ୍ରଙ୍କୁ ନିଲମ୍ବିତ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି।

Comments are closed.