ବାଙ୍କୀ କଲେଜ ରୋଭର ରେଞ୍ଜର୍ସ ପକ୍ଷରୁ ଯୋଗ ପ୍ରଶିକ୍ଷଣ ଶିବିର ଉଦ୍‌‌ଘାଟିତ

ବାଙ୍କୀ/ଡମପଡ଼ା : ବାଙ୍କୀ ସ୍ୱୟଂଶସିତ ମହାବିଦ୍ୟାଳୟ ରୋଭର ଏବଂ ରେଞ୍ଜର୍ସ ବିଭାଗ ପକ୍ଷରୁ ଏକ ପାଞ୍ଚ ଦିନିଆ ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଉଦ୍ ଘାଟିତ ହୋଇଯାଇଛି । ଏନ.ଏ.ସି ଅନ୍ତର୍ଗତ ଶିଶୁଆ ଉ.ପ୍ରା ବିଦ୍ୟାଳୟ ଠାରେ ବାଙ୍କୀ କଲେଜ ଅଧ୍ୟକ୍ଷ ପ୍ରଫେସର ଡ.ନିରଞ୍ଜନ ସିଅ ଏହାକୁ ଉଦ୍‌ଘାଟନ  କରିଥିଲେ ।  ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ଶିରୋମଣି ରାଉତ, ସମ୍ମାନୀତ ଅତିଥି ଭାବେ କଲେଜର ପ୍ରଶାସନିକ ଅଧିକାରୀ ମନୋଜ କୁମାର ମହାପାତ୍ର, ଅଧ୍ୟାପକ ଶୈଳେନ୍ଦ୍ର ଦେଓ, କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ପ୍ରଶିକ୍ଷକ ଭାବେ  ଯୋଗଗୁରୁ ବିପିନି ବିହାରୀ ସ୍ୱାଇଁ ଯୁବକଯୁବତୀମାନଙ୍କୁ ବିଭିନ୍ନ ଯୋଗ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ରୋଭର ଲିଡର ଭୂପତି ଭୂଷଣ ପ୍ରଧାନ ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ ।

Comments are closed.