ବାଇଡେନ୍ ନେଲେ କରୋନା ଟିକା

ନ୍ୟୁୟର୍କ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ସୋମବାର କରୋନା ଟିକା “ଫାଇଜର” ନେଇଛନ୍ତି । ତାଙ୍କୁ କରୋନା ଭାକସିନର ପ୍ରଥମ ଟିକା ଦିଆଯାଇଛି । ବାଇଡେନ ଟିକା ନେଉଥିବାର ଟିଭିରେ ସିଧାପ୍ରସାରଣ ଦେଖାଯାଇଥିଲା । ଲୋକମାନଙ୍କୁ ସଚେତନ କରାଇବା ନେଇ ଆମେରିକା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଥିଲା ।

ବାଇଡେନ୍ କହିଛନ୍ତି ଯେ, ଆଜି ମୁଁ କୋଭିଡ -୧୯ ଟିକା ନେଇଛି। ସର୍ବସାଧାରଣରେ ଟିକା ନେଇ ସେ ଲୋକମାନଙ୍କୁ ବାର୍ତ୍ତା ଦେବାକୁ ଚାହୁଁଥିବା କହିଛନ୍ତି। ‘ମୁଁ ଲୋକଙ୍କୁ କହିବାକୁ ଚାହେଁ ଯେ ଟିକା ଉପଲବ୍ଧ ହେବା ପରେ ସେମାନେ ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ଉଚିତ୍। ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। ‘ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କୁ ଧନ୍ୟବାଦ, ଯେଉଁମାନେ ଟିକା ପାଇଁ ନିରନ୍ତର ଉଦ୍ୟମ କରିଥିଲେ। ଏଥିପାଇଁ ଆମେ ସମସ୍ତେ ଆପଣଙ୍କ ପାଖରେ କୃତଜ୍ଞ ବୋଲି ବାଇଡେନ୍ କହିଛନ୍ତି।

Comments are closed.