ବୁଷ୍ଟର ଡୋଜ୍ ନେଲେ ବାଇଡେନ୍‌

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ଟିକାର ବୁଷ୍ଟର ଡୋଜ୍ ନେଇଛନ୍ତି। ସୋମବାର ହ୍ୱାଇଟ୍ ହାଉସରେ ସେ କରୋନାର ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି। ୭୮ ବର୍ଷୀୟ ବାଇଡେନ୍‌ ଆମେରିକାବାସୀଙ୍କୁ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି।

ଆମେରିକାରେ ଫାଇଜର କରୋନା ଟିକାର ବୁଷ୍ଟର ଡୋଜକୁ ଅନୁମତି ମିଳିଛି। ତେବେ ଏହାକୁ ତିନି ପ୍ରକାର ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ମିଳିଛି। ୬୫ ବର୍ଷରୁ ଅଧିକ ବୟସ୍କ, ୧୮-୬୫ ବର୍ଷ ବ୍ୟକ୍ତି ଯେଉଁମାନେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବେ ଏବଂ କରୋନା ଯୋଦ୍ଧାଙ୍କୁ ଏବେ ଆମେରିକାରେ ବୁଷ୍ଟର ଡୋଜ୍ ଦେବାକୁ ଅନୁମତି ରହିଛି। ଏହି ବର୍ଗରେ ଏବେ ଆମେରିକାରେ ୬ କୋଟି ଲୋକ ବୁଷ୍ଟର ଡୋଜ୍ ନେବେ।

ବାଇଡେନ ଡିସେମ୍ବର ୨୧ରେ ପ୍ରଥମ ଡୋଜ୍ କରୋନା ଟିକା ନେଇଥିଲେ ଏବଂ ତିନି ସପ୍ତାହ ପରେ ଜାନୁଆରୀ ୧୧ରେ ପତ୍ନୀଙ୍କ ସହ ଦ୍ୱିତୀୟ ଡୋଜ୍ ନେଇଥିଲେ। ଏଥିସହ ଦେଶବାସୀଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରିଥିଲେ।

Comments are closed.