ସଡକ ଦୁର୍ଘଟଣାରେ ମହିଳା ମୃତ ଓ ଜଣେ ଗୁରୁତର

ଯୋଡା : ଯୋଡା ଥାନା ଅନ୍ତର୍ଗତ ଯୋଡା-ବାମେବାରୀ ମୁଖ୍ୟରାସ୍ତାର ହୋଟେଲ ଲାଓ ପ୍ୟାଲେସ (ମହାବୀର ଛକ) ନିକଟରେ ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇ ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ଖବର ଲେଖା ହେବା ପର୍ୟ୍ୟନ୍ତ ମୃତ ମହିଳା ଓ ଗୁରୁତର ରୂପେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କରେ ଜଣାପଡିନଥିଲେ ମଧ୍ୟ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ବାର ଚକିଆ ଓଡି-୦୯କେ-୩୫୪୩ ନମ୍ବର ଟ୍ରକ୍ଟିକୁ ଅଟକ ରଖିଥିବା ଖବର ମିଳିଛି।

Comments are closed.