ଗ୍ରୀଲ୍ ତାଡି କଳାକନା ବୁଲାଇଲେ ଦୁର୍ବୃତ୍ତ

ଯୋଡା: ଯୋଡା ସହରାଞ୍ଚଳରେ ଘରର ଗ୍ରୀଲ ଭାଙ୍ଗି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନାମୁତାବକ ଯୋଡା ଥାନା ଅନ୍ତର୍ଗତ ୫ ନମ୍ବର ୱାର୍ଡର ଲକ୍ଷ୍ମୀମନ୍ଦିର ନିକଟରେ ରହୁଥିବା ମହେଶ ସିଂହଙ୍କ ଘରର ଲୁହାଗ୍ରୀଲ୍ ତାଡି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ ହୋଇଛି । ଅଭିଯୋଗ ଅନୁଯାୟୀ ମହେଶଙ୍କ ଘରେ ଭଡାରେ ରହୁଥିବା ଗୋପୀ କୁମାରଙ୍କ ଘରେ କେତେକ ଅଜଣା ଦୁର୍ବୃତ୍ତ ପଶି ୧୫୦୦ ଟଙ୍କା ସହ ଆଲମିରାରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିନେଇଛନ୍ତି ।  ଅଭିଯୋଗ ପରେ ବଡବିଲ୍ ଏସଡିପିଓ ସତ୍ୟବିକାଶ ଭୂୟାଁ,ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ,ସନ୍ଧାନୀ କୁକୁର ଏବଂ ସାଇନଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ ପରେ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି।

 

Comments are closed.