ଚାକିରି ଦେବା ନାଁରେ ଶୋଷଣ ଥାନାକୁ ଗଲେ ଯୁବତୀ

ଭୁବନେଶ୍ୱର : ରାଜଧାନୀ ଏବେ ଅସୁରକ୍ଷିତ ହୋଇ ପଡିଛି । ଝିଅ ବୋହୂଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ସାକ୍ଷାତକାର ପାଇଁ ଆସିଥିବା ଜଣେ ଯୁବତୀ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଘରୋଇ ଫାଇନାନ୍ସ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ନାଁରେ ଏହି ଅଭିଯୋଗ ହୋଇଛି । ଏନେଇ ଲକ୍ଷ୍ମୀସାଗର ଯୁବତୀ ଜଣଙ୍କ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଜୟକୁମାରକୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଏକ ସାକ୍ଷାତକାର ଦେବାକୁ ଯୁବତୀ ଜଣଙ୍କ ଏକ ଘରୋଇ ଫାଇନାନ୍ସ ସଂସ୍ଥାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଚାକିରି କରାଇ ଦେବା ନାଁରେ ପ୍ରଥମେ ଯୁବତୀଙ୍କୁ ଏକ ହୋଟେଲକୁ ଡାକିଥିଲା ପରେ ସେଠାରେ ବଳାତ୍କାର କରିଥିଲେ ବୋଲି ଅଭିଯୋଗକାରିଣୀ ନିଜେ ଏତଲାରେ ଦର୍ଶାଇଛନ୍ତି ।

Comments are closed.