ଜେଏନୟୁ ହିଂସାରେ ଶାହାଙ୍କ ହାତ ଅଛି, କୂଳପତି ତୁରନ୍ତ ଇସ୍ତଫା ଦିଅନ୍ତୁ : କଂଗ୍ରେସ

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ହୋଇଥିବା ହିଂସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ହାତ ଥିବା କଂଗ୍ରେସ ଅଭିଯୋଗ କରିଛି। ଶାହାଙ୍କ ବ୍ୟତୀତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଏଥିରେ ସାମିଲ ଥିବା ଗୁରୁବାର କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି। ତେବେ ହିଂସାରେ ସାମିଲ ଥିବା ଲୋକମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ଜେଏନୟୁ କୂଳପତି ଏମ ଜଗଦିଶ କୁମାରଙ୍କ ତୁରନ୍ତ ଇସ୍ତଫା ସେ ଦାବି କରିଛନ୍ତି।
ଜୟରାମ ରମେଶ ସାମ୍ବାଦିକମାନଙ୍କୁ କହିଛନ୍ତି, ଜେଏନୟୁ ହିଂସା ପଛରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶ ସାମିଲ ଅଛନ୍ତି। ଏହା ସେମାନଙ୍କ ନିର୍ଦେଶରେ ଏକ ଗୁଣ୍ଡାଗିରି ବୋଲି ସେ କହିଛନ୍ତି। ଘଟଣାର ୭୨ଘଣ୍ଟା ପରେ ମଧ୍ୟ କେହି ଗିରଫ ହୋଇନଥିବାକୁ ସେ ନିନ୍ଦା କରିଛନ୍ତି। ତେବେ ଏନେଇ ପୁଲିସ ଯେଉଁମାନଙ୍କୁ ଚିହ୍ନଟ କରିଛି ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆମେ ଦାବି କରୁଥିବା ଜୟରାମ ରମେଶ କହିଛନ୍ତି।

Comments are closed.