ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସଚିବଙ୍କୁ ସାକ୍ଷାତ କଲେ ଜେଏନୟୁ କୁଳପତି

ଶୀତକାଳିନ ସେମିଷ୍ଟର ପରୀକ୍ଷା ପାଇଁ ପଞ୍ଜିକରଣ ଅବଧି ବୃଦ୍ଧି

ନୂଆଦିଲ୍ଲୀ : ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେଙ୍କୁ ଆଜି ଜବହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର କୁଳପତି ପ୍ରଫେସର ଏମ. ଜଗଦୀଶ କୁମାର ସାକ୍ଷାତ କରିଛନ୍ତି। କ୍ୟାମ୍ପସର ବର୍ତ୍ତମାନ ସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ସେ ଜଣାଇଛନ୍ତି। ବିଶ୍ୱବିଦ୍ୟାଳୟର ସୂଚନା ଏବଂ ଯୋଗାଯୋଗ ବ୍ୟବସ୍ଥାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାର ସେ ଜଣାଇଥିଲେ। ଶୀତକାଳିନ ସେମିଷ୍ଟର ପରୀକ୍ଷା ୨୦୨୦ ପାଇଁ ଛାତ୍ରଛାତ୍ରୀଙ୍କ ନିଃଶୁଳ୍କ ପଞ୍ଜିକରଣ ଅବଧିକୁ ୨୦ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି। କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ଏବଂ କୌଣସି ପ୍ରକାର ଗୁଜବରେ ପ୍ରଭାବିତ ନ ହେବା ଲାଗି ବିଶ୍ୱବିଦ୍ୟାଳୟର କର୍ତୃପକ୍ଷଙ୍କ ତରଫରୁ ସମସ୍ତ ଅଂଶୀଦାରଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ଜଗଦୀଶ କୁମାର ଜଣାଇଥିଲେ। କ୍ୟାମ୍ପସରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ଯଥାଶୀଘ୍ର ସମସ୍ତ ପ୍ରକାର ପଦକ୍ଷେପ ନେବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.