ଜେଏନ୍‌ୟୁରେ ଛାତ୍ର ନେତା ଉମର ଖଲିଦଙ୍କୁ ଗୁଳି କରି ହତ୍ୟା ଉଦ୍ୟମ

0

ନୂଆଦିଲ୍ଲୀ :  ଜେଏନ୍‌ୟୁର ଛାତ୍ର ନେତା ଉମର ଖଲିଦଙ୍କୁ ଗୁଳିକରି ହତ୍ୟା  ଉଦ୍ୟମ କରାଯାଇଛି । ମାତ୍ର ସେ ତଳେ ପଡିଯିବାରୁ ଅଳ୍ପକେ ଏଥିରୁ ବର୍ତ୍ତି ଯାଇଛନ୍ତି  ।  ନୂଆଦିଲ୍ଲୀରେ ଥିବା ଭାରତୀୟ ସମ୍ବିଧାନିକ କ୍ଲବ ବାହାରେ ଏହି ଗୁଳି କାଣ୍ଡ ଘଟିଥିଲା । ସେଠାରେ ସେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଯାଇଥିଲେ ।

ସୂଚନା ଅନୁସାରେ ଧଳା ପୋଷାକ  ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ଖଲିଦଙ୍କୁ ଠେଲି ଦେବା ସହ ଗୁଳି କରିବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ସେ ତଳେ ପଡିଯିବାରୁ ଗୁଳି ତାଙ୍କ ଶରୀରରେ ବାଜି ନ ଥିଲା । ସେହି ସମୟରେ ଖଲିଦ ନିଜ ସାଙ୍ଗମାନଙ୍କ ସହ ଚା ପିଉଥିଲେ ।  ଗୁଳି କାଣ୍ଡରେ ବ୍ୟବହୃତ ବନ୍ଧୁକକୁ ପୁଲିସ ଜବତ କରିଛି ।  ପୁଲିସ ତାଙ୍କର ମତାମତକୁ ପଞ୍ଜିକରଣ କରିଛି  । ଟାଇମସ୍‌ ନାଓରେ ବାହାରିଥିବା ଖବର ଅନୁଯାୟୀ ମାତ୍ର ବନ୍ଧୁକଟି ଅତି ପୂରୁଣା  କଳଙ୍କି ଲାଗିଯାଇଛି , ଏଥିରୁ ଗୁଳି ଚଳାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ ଅଛି । ପୁଲିସସ ଏବେ ଘେରା ବନ୍ଦୀ କରିବା ସହ ଘଟଣାର ତଦନ୍ତ କରୁଛି ।

Leave A Reply