ଜେଏମ୍ଏମ୍ ପକ୍ଷରୁ କୁଶ ପୁତଳିକା ଦାହ

0

ଦ୍ୱାରଶୁଣି : ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଯୁବ ଓ ଛାତ୍ର ଶାଖା ପକ୍ଷରୁ କର୍ମୀମାନେ ବାଙ୍ଗିରିପୋଷି ବ୍ଲକ ସମ୍ମୁଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ ପାଇଁ ଦଳ ପକ୍ଷରୁ ସପ୍ତାହ ବ୍ୟାପୀ ଜିଲାର ସମସ୍ତ ବ୍ଲକ ସଦର ମହକୁମାରେ ଆୟେଜିତ କାର୍ୟ୍ୟକ୍ରମ ସ୍ୱରୁପ ପ୍ରତିବାଦ କରାଯାଉଛି। ଜିଲାର ପ୍ରମୁଖ ସମସ୍ୟା ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଆଦିକୁ ନେଇ ଜେଏମ୍ଏମ୍ ର ଜିଲା ଯୁବ ସାଧରଣ ସମ୍ପାଦକ ଜଗବନ୍ଧୁ ସିଂ ନେତୃତ୍ୱରେ କର୍ମୀମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଟୁ ସମାଲୋଚନା କରିଥିଲେ।

Leave A Reply