ଉତ୍ତର କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ମେଜର ସହ ୪ ସହିଦ୍

0

ଜାମ୍ମୁ କାଶ୍ମୀର: ପଡୋଶୀ ଦେଶ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସୋମବାର ବିଳମ୍ବିତ ରାତିରେ ଉତ୍ତର କାଶ୍ମୀର ବାନ୍ଦିପୋରର ଗୁରେଜ ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ଗୁଳି ବର୍ଷଣ କରିବା ସହ ମୋର୍ଟାର ମାଡ଼ କରିଛି। ଏଥିରେ ୪ ଜଣ ଯବାନ ସହିଦ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମେଜର ରହିଥିବା ଜଣାପଡିଛି। ଭାରତୀୟ ସେନା ପକ୍ଷରୁ ଏହାର ଉଚିତ୍ ଜାବାବ ମଧ୍ୟ ଦିଆସାଇଛି। ଭାରତୀୟ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିମାଡରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସୋମବାର ରାତିରୁ ଆରମ୍ଭ ହୋଇଥିବା ଗୁଳି ବନିମୟ ଏଯାବତ୍ ଜାରି ରହିଛି।

Leave A Reply