ବ୍ୟାଙ୍କରେ କରୋନା ; ସମସ୍ତ କର୍ମଚାରୀ ଆକ୍ରାନ୍ତ ଯୋଗୁଁ ବ୍ୟାଙ୍କରେ ପଡିଲା ତାଲା

ଜେକେପୁର : ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜେକେପୁର ସ୍ଥିତ ଆଇ ଓ ବି ବ୍ୟାଙ୍କରେ, ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ କରୋନା ଲକ୍ଷଣ ଦେଖାଦେବା ପରେ ଆଜି ପରୀକ୍ଷା କରିବା ବେକେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।  ଫଳରେ କେହି ଜଣେ କର୍ମଚାରୀ ବ୍ୟାଙ୍କକୁ ଆସି ନଥିଲେ କି ଫାଟକ ମଧ୍ୟ ଖୋଲାଯାଇ ନଥିଲା । ଏପଟେ ଉକ୍ତ ବ୍ୟାଙ୍କର ଉପଭକ୍ତାମାନେ ଦୂର ଦୁରାନ୍ତରୁ ଆସି ନିରାଶ ହୋଇ ଫେରି ଯାଇଥିଲେ । ବିଶେଷ କରି ମାସର ପ୍ରଥମ ସପ୍ତାହ ହୋଇଥିବା ଯୋଗୁଁ ଜେକେ କାଗଜ଼କଳ ର କର୍ମଚାରୀମାନେ ପାଉଥିବା ଦରମା ପାଇଁ ଏହି ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । ହେଲେ ବ୍ୟାଙ୍କ ବନ୍ଦ ଯୋଗୁଁ ସମସ୍ତେ ଏକ ପ୍ରକାର ହଇରାଣ ହେବାର ଦେଖିବାକୁ ମିଳିଥିଲା । ସେହିପରି ବ୍ୟାଙ୍କରେ ଲେନଦେନ ବନ୍ଦ ଯୋଗୁଁ ନିକଟରେ ଥିବା ଏ ଟି ଏମ ମଧ୍ୟ ବନ୍ଦ ରହିଥଲା । ଏ ସମ୍ପର୍କରେ ବ୍ୟାଙ୍କର ମ୍ୟାନେଜରଙ୍କୁ ଯୋଗାଯୋଗ ମଧ୍ୟ ସମ୍ଭବପର ହୋଇନଥିଲା ।

Comments
Loading...