ଜମ୍ମୁ-କାଶ୍ମୀର : ୨ ଆତଙ୍କବାଦୀ ମୃତ

0

ଶ୍ରୀନଗର : ଜମ୍ମୁ-କାଶ୍ମୀରର ସୋପିଅାଁ ଜିଲ୍ଲାରେ ରବିବାର ସକାଳୁ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ରେବାନ୍‍ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିବା ପରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ତେବେ ତଲାସୀ ସମୟରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରକୁ ସୁରକ୍ଷା କର୍ମୀମାନେ ଗୁଳି ଚଳାଇଥିଲେ।

ମୃତ ଦୁଇ ଆତଙ୍କବାଦୀ ଅଲ୍‍-ବଦର୍‍ ସଙ୍ଗଠନର ସଦସ୍ୟ ବୋଲି ଜଣାପଡିଛି। ସେମାନେ ସେହି ଅଞ୍ଚଳରେ ସୁରକ୍ଷା କର୍ମୀ ଓ ସାଧାରଣ ନାଗରିକଙ୍କ  ଉପରେ ଆକ୍ରମଣରେ ସମ୍ପୃକ୍ତ ଥିଲେ। ଘଟଣା ସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

Leave A Reply