ଜାମ୍ମୁ-କାଶ୍ମୀର : ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ରାମବାନ ଜିଲ୍ଲାରୁ ସୋମବାର ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ୍ କରାଯାଇଛି । ଏହି ଦୁଇ ଜଣ ସନ୍ଦିଗ୍ଧ ଆତଙ୍କ ବାଦୀ ହେଲେ ଅବନ୍ତିପୋରାର ସୌକତ ଅହମ୍ମଦ ଓ କୁଲଗାଓଁର ତୌଫିକ୍ ଅହମ୍ମଦ।
Related Posts
ଉଭୟଙ୍କୁ ଆଜି ଗୁଲ ଅଞ୍ଚଳରୁ ଗିରଫ୍ କରାଯାଇଛି । ସେମାନଙ୍କଠାରୁ ଦେଢ଼ କୋଟି ଟଙ୍କା, ଅସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି । ସେମାନଙ୍କୁ ଜେରା କରାଯାଉଛି । କୌଣସି ସୂତ୍ରରୁ ଖବର ପାଇବା ପରେ ମିଳିତ ବାହିନୀ ପକ୍ଷରୁ ଗୁଲ୍ ଅଞ୍ଚଳର କାଲିମସ୍ତା ଓ ଭିମଦାସା ଅଞ୍ଚଳରେ ଖାନତଲାସୀ କରାଯାଇଥିଲା।