ଆତଙ୍କବାଦୀ ଶିବିର ଠାବ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

0

ଜମ୍ମୁ : ଜମ୍ମୁ ଓ କାଶ୍ମୀର ଡୋଡା ଜିଲ୍ଲାରେ ସୁରକ୍ଷା ବାହିନୀ ଯବାନମାନେ ଏକ ଆତଙ୍କବାଦୀ ଶିବିର ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକ ଦିଲ୍‍ବାଗ୍‍ ସିଂହ କହିଛନ୍ତି, ନିୟମିତ ତଲାସୀ ଅଭିଯାନ ସମୟରେ ୧୦- ରାଷ୍ଟ୍ରୀୟ ରାଇଫଲ୍ସ ବାହିନୀ ଏହି ଶିବିର ଠାବ କରିଥିଲା।
ସେହି ଶିବିରରୁ ଦୁଇଟି ଏ.କେ.-୪୭ ରାଇଫଲ୍‍, ୩୩୫ ରାଉଣ୍ଡ ଗୁଳି, ଚାରୋଟି ୟୁବିଜିଏଲ୍‍ ଗ୍ରେନେଡ୍‍, ଗୋଟିଏ ଗ୍ରେନେଡ୍‍ ଫିଙ୍ଗା ଯନ୍ତ୍ର ଏବଂ ୩ଟି ଗୁଳିଭର୍ତ୍ତି ମାଗାଜିନ୍‍ ଜବତ ହୋଇଛି।

Leave A Reply