୩ ଆତଙ୍କବାଦୀଙ୍କ ମୁଣ୍ଡ ପାଇଁ ୩୦ ଲକ୍ଷ ପୁରସ୍କାର ଘୋଷଣା କଲା ଜାମ୍ମୁ-କାଶ୍ମୀର ପୁଲିସ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦକୁ ତ୍ଵରାନ୍ବିତ କରୁଥିବା ହିଜବୁଲ ମୁଜାହିଦ୍ଦିନର ୩ ଆତଙ୍କାବାଦୀଙ୍କ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କରିଛି ପୁଲିସ। ମୃତ କିମ୍ବା ଜୀବିତାବସ୍ଥାରେ ଏମାନଙ୍କ ବିଷୟରେ କେହି କିଛି ସୂଚନା ଦେଲେ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଜାମ୍ମୁ-କାଶ୍ମୀର ପୁଲିସ ଘୋଷଣା କରିଛି। ଏହି ୩ ଆତଙ୍କୀ ହେଲେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ମହମ୍ମଦ ଅମିନ ଓରଫ ଜାହାଙ୍ଗୀର ସରୁରି ଏବଂ ତା’ର ୨ ସହଯୋଗୀ ରିୟାଜ ଅହମ୍ମଦ ଓ ମୁଦ୍ଦାସିର ହୁସେନ। ଏପରି କି ପୁଲିସ ପକ୍ଷରୁ ଆତଙ୍କୀମାନଙ୍କ ଫଟୋ ସହିତ ୱାଣ୍ଟେଡ୍‌ ଲେଖାଯାଇ କିସ୍ତୱାର ସମେତ ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଯାଇଛି। ହିଜବୁଲ କମାଣ୍ଡର ମହମ୍ମଦ ଅମିନ ପାଇଁ ୧୫ ଲକ୍ଷ ଏବଂ ତା’ର ୨ ସହଯୋଗୀର ମୁଣ୍ଡ ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି। ଯେଉଁ ବ୍ୟକ୍ତି ସୂଚନା ଦେବେ ତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୁଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ମହମ୍ମଦ ଅମିନ, ରିୟାଜ ଏବଂ ମୁଦ୍ଦାସିର କିସ୍ତୱାର ଜିଲାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବୃଦ୍ଧି କରିଥିବା ପୁଲିସ କହିଛି।

Comments are closed.