ପୁଣି ପାକ୍ ସେନାର ଅସ୍ତ୍ର ବିରତି ଉଲଂଘନ : ବର୍ତ୍ତମାନ ସୁଦ୍ଧା ୧୭୯୮ ଥର

ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୁଞ୍ଚ୍ ଜିଲ୍ଲାସ୍ଥିତ ସାହାପୁର ଓ ଦେଗୱାର ସେକ୍ଟରର କିର୍ନୀଠାରେ ପାକିସ୍ତାନୀ ସୈନ୍ୟମାନେ ଶନିବାର ଅସ୍ତ୍ର ବିରତି ଉଲଂଘନ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର ଆକ୍ରମଣ କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରଣାଳୟ ପି.ଆର୍.ଓ. କର୍ଣ୍ଣେଲ ଦାବିନ୍ଦର ଆନନ୍ଦ କହିଛନ୍ତି, ପାକିସ୍ତାନୀ ସୈନ୍ୟମାନେ ଆଜି ସକାଳୁ ହଠାତ୍ ଆଖିବୁଜା ଗୁଳିଗୋଳା ବର୍ଷଣ ଓ ମୋର୍ଟାର ଆକ୍ରମଣ ଆରମ୍ଭ କରିଦେଇଥିଲେ। ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ଏହାର କଡ଼ା ଜବାବ ଦେଇଛନ୍ତି।
ଭାରତ ପଟରୁ ଧନଜୀବନର କ୍ଷୟକ୍ଷତି ହୋଇ ନଥିବାର ପି.ଆର୍.ଓ ଜଣାଇଛନ୍ତି। ସୂଚନା ଯୋଗ୍ୟ ଚଳିତ ବର୍ଷର ବର୍ତ୍ତମାନ ସୁଦ୍ଧା ପାକିସ୍ତାନ, ୧ ହଜାର ୭୯୮ ଥର ଅସ୍ତ୍ର ବିରତି ଉଲଂଘନ କରିଛି।