ଫାରୁକ, ଓମାରଙ୍କୁ ଭେଟିବା ପାଇଁ ଦଳୀୟ ନେତାଙ୍କୁ ଅନୁମତି ଦେଲେ ହାଇକୋର୍ଟ

0

ନୂଆଦିଲ୍ଲୀ : ନ୍ୟାସନାଲ କନଫରେନ୍ସ (ଏନସି) ନେତାମାନଙ୍କୁ ଅଟକ ଥିବା ଦଳୀୟ ପ୍ରମୁଖ ତଥା ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲାଙ୍କ ସହିତ ସାକ୍ଷାତ ଅନୁମତି ପ୍ରଦାନ କରିବାକୁ ଜାମ୍ମୁ କାଶ୍ମୀର ହାଇକୋର୍ଟ ଶୁକ୍ରବାର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

ଦଳୀୟ ନେତୃବୃନ୍ଦଙ୍କ ସହିତ ସାକ୍ଷାତ ନିମନ୍ତେ ଏନସି ନେତା ହସନୈନ ମୋଦୀ ଏବଂ ଆକବର ଲୋନ ଏହି ଆବେଦନ କରିଥିଲେ। ଅଗଷ୍ଟ ୫ ପରଠାରୁ ଉଭୟ ନେତା ବନ୍ଦି ଥିବା ବେଳେ ସେମାନଙ୍କୁ ଦେଖା କରିବା ଲାଗି କାହାରିକୁ ଅନୁମତି ଦିଆଯାଉ ନ ଥିବା ନେଇ ଉଭୟ ଆବେଦନରେ ଅଭିଯୋଗ ଦର୍ଶାଇଥିଲେ। ସାକ୍ଷାତ ନିମନ୍ତେ ତାରିଖ ଧାର୍ଯ୍ୟ କରି ଜଣାଇବାକୁ ଶ୍ରୀନଗର ଉପକମିସନର ସାହିଦ ଇକବାଲ ଚୌଧୁରୀଙ୍କୁ ବିଚାରପତି ସଞ୍ଜିବ କୁମାର କହିଛନ୍ତି। ଏ ସମ୍ବନ୍ଧୀୟ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ନ କରିବାକୁ ସେ କଡ଼ା ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଅନୁରୂପ ଅନ୍ୟ ଏକ ଆବେଦନର ଶୁଣାଣି କରି ବିଚାରପତି କୁମାର ଦଳୀୟ ନେତାଙ୍କ ସହିତ ସାକ୍ଷାତ ଅନୁମତି ପ୍ରଦାନ କରିଥିଲେ।

Leave A Reply