ବାରମୁଲ୍ଲାରେ ସୁରକ୍ଷା ବାହିନୀର ମିଳିତ ଅପରେସନ 

0

କାଶ୍ମୀର : ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ କ୍ରିରି ଇଲାକାରେ ମିଳିତ ସୁରକ୍ଷା ବାହିନୀ ସହ ଆତଙ୍କବାଦୀମାନଙ୍କର ଗୁଳିଗୋଳା ବିନିମୟ ଆରମ୍ଭ ହୋଇଛି। ପଦାତିକ ବାହିନୀ, ଜମ୍ମୁ-କାଶ୍ମୀରର ଏସ୍‍ଓଜି ପୁଲିସ୍‍ ବାହିନୀ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମିଳିତ ଭାବେ କ୍ରିରି ଅଞ୍ଚଳର ଅଥୁରା ଗାଁକୁ ଘେରାଉ କରି ତଲାସୀ ଆରମ୍ଭ କରିଥିବା ସେନାବାହିନୀ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଯବାନମାନେ ଆତଙ୍କବାଦୀ ମାନଙ୍କ ନିକଟତର ହେବାମାତ୍ରେ ସେମାନଙ୍କ ପାଲଟା ଗୁଳି ଚଳାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟର ହୋଇଥିଲା। ତେବେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାରମୁଲ୍ଲା ଜିଲ୍ଲାରେ ମୋବାଇଲ୍‍, ଇଣ୍ଟରନେଟ ସେବା ଓ ସ୍କୁଲ୍‍ କଲେଜଗୁଡ଼ିକୁ ବନ୍ଦ୍‍ ରଖାଯାଇଛି।

କାଶ୍ମୀର ଉପତ୍ୟକାରେ ବୁଧବାରଠାରୁ ଏହା ଦ୍ୱିତୀୟ ଗୁଳି ବିନିମୟ ଘଟଣା। ବୁଧବାର ଶ୍ରୀନଗରର ନାଓଗାଁଓ ଅଞ୍ଚଳରେ ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା।

Leave A Reply