ଚଳିତ ବର୍ଷର ଅମରନାଥ ଯାତ୍ରା ବାତିଲ୍‍

କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ସରକାର ଚଳିତ ବର୍ଷ ଅମରନାଥ ଯାତ୍ରାକୁ ବାତିଲ୍‍ କରିଛନ୍ତି। ତେବେ ପାରମ୍ପରିକ ନୀତି ଅନୁଯାୟୀ ଅନ୍ୟ ସମସ୍ତ ପୂଜାର୍ଚ୍ଚନା ହେବ ବୋଲି କୁହାଯାଇଛି। ଏ ସମ୍ପର୍କରେ ଅମରନାଥ ତୀର୍ଥ ବୋର୍ଡ଼ ସହ ଆଲୋଚନା ପରେ ସେଠାକାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଉପ ରାଜ୍ୟପାଳ ତଥା ଅମରନାଥ ମନ୍ଦିର ବୋର୍ଡ଼ର ଅଧ୍ୟକ୍ଷ ମନୋଜ ସିହ୍ନା ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ସକାଳେ ଏବଂ ସନ୍ଧ୍ୟାରେ ଅମରନାଥରେ ହେଉଥିବା ଆଳତୀ ଅନ୍‍ଲାଇନ୍‍ ମୋଡ୍‍ରେ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି।

Comments are closed.