ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ସୁପାରିଶ

0

ଶ୍ରୀନଗର : ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିଶ କରି କେନ୍ଦ୍ର ସରକାରଙ୍କ ପାଖକୁ ଏକ ରିପୋର୍ଟ ପଠାଇଛନ୍ତି। ବୁଧବାର ୧୯ ତାରିଖରେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହେବାକୁ ୬ମାସ ପୁରିବ। ଚଳିତ ବର୍ଷ ଜୁନ୍‍ ୨୦ ତାରିଖରେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ତତ୍କାଳୀନ ରାଜ୍ୟପାଳ ଏନ୍‍.ଏନ୍‍.ଭୋରା ରାଜ୍ୟପାଳ ଶାସନ ଲାଗୁ କରିଥିଲେ। ସତ୍ୟପାଲ ମଲ୍ଲିକ ନୂଆ ରାଜ୍ୟପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ନଭେମ୍ବର ୨୧ ତାରିଖରେ ରାଜ୍ୟ ବିଧାନସଭା ଭଙ୍ଗ କରିଥିଲେ।

Leave A Reply