ଆସନ୍ତାକାଲି ଯାତ୍ରା ଆରମ୍ଭ କରିବେ ପ୍ରଥମ ପାଳି ଅମରନାଥ ତୀର୍ଥଯାତ୍ରୀ

ଜମ୍ମୁ: ଜମ୍ମୁ ଭଗବତୀ ନଗର ମୂଳ ଶିବିରରୁ ଆସନ୍ତାକାଲି ପ୍ରଥମ ପାଳି ଅମରନାଥ ତୀର୍ଥଯାତ୍ରୀ ଦଳ ଯାତ୍ରା ଆରମ୍ଭ କରିବେ। ସେଠି ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତୀର୍ଥଯାତ୍ରୀ ଦଳରେ ସାଧୁମାନଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ତୀର୍ଥଯାତ୍ରୀମାନେ ସାମିଲ୍‍ ହୋଇଛନ୍ତି।

ଶାନ୍ତିପୂର୍ଣ୍ଣ ଓ ସହଜ ତୀର୍ଥଯାତ୍ରା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଇତିମଧ୍ୟରେ ସି.ଆର୍‍.ପି.ଏଫ୍‍ ଇନ୍‍ସ୍ପେକ୍ଟର ଜେନେରାଲ୍‍ ରବିଦୀପ୍‍ ସହାୟ କହିଛନ୍ତି। ଉଦ୍ଧାମପୁର-ଡୋଡା ରେଞ୍ଜ୍‍ ଡି.ଆଇ.ଜି. ସୁଜିତ୍‍ ସିଂ କହିଛନ୍ତି, ତୀର୍ଥଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବା ପାଇଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.