ଜାମ୍ମୁ କାଶ୍ମୀର ପୁଲିସ ପଦକରୁ ହଟିଲା ‘ଶେର ଏ କାଶ୍ମୀର’ ଶବ୍ଦାବଳୀ

ଜାମ୍ମୁ: ଜାମ୍ମୁ କାଶ୍ମୀର ପ୍ରଶାସନ ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତା ପାଇଁ ଦିଆଯାଉଥିବା ପୁଲିସ ପଦକରୁ ‘ଶେର ଏ କାଶ୍ମୀର’ ଶବ୍ଦାବଳୀ ହଟାଇ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସନାଲ କନ୍ଫରେନ୍ସର ପ୍ରତିଷ୍ଠାତା ଶେଖ ମହମ୍ମଦ ଅବଦୁଲ୍ଲାହଙ୍କ ନାଁରେ ଏହି ଶବ୍ଦାବଳୀ ପୁଲିସ ପଦକରେ ଲେଖାଯାଉଥିଲା। ଏବେ ନାମ ପରିବର୍ତ୍ତନ କରାଯାଇ ଜାମ୍ମୁ ଏବଂ କାଶ୍ମୀର ପୁଲିସ ମେଡାଲ ରହିବ ବୋଲି ଗୃହ ମନ୍ତ୍ରାଳୟ ପ୍ରମୁଖ ସଚିବ ଶାଲୀନ କାବ୍ରା କହିଛନ୍ତି।

ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ପୁଲିସ ଆଇଜି ଏସ.ପି.ପାଣିଙ୍କ ସମେତ ୩ ଜଣଙ୍କୁ ଜାମ୍ମୁ ଏବଂ କାଶ୍ମୀର ପୁଲିସ ପଦକରେ ସମ୍ମାନିତ କରାଯାଇଛି। ଅନ୍ୟ ଦୁଇ ଜଣ ହେଉଛନ୍ତି ଏସଏସପି କୋଶଲ କୁମାର ଶର୍ମା ଓ ସୁହେଲ ମୁନୱାର ମୀର। ତେବେ ଗତ ମାସରେ ପ୍ରଶାସନ ପକ୍ଷରୁ ଅବଦୁଲ୍ଲାହଙ୍କ ଜନ୍ମ ବାର୍ଷିକୀ ଦିନଟିକୁ ସରକାରୀ ଛୁଟି ତାଲିକା ୨୦୨୦ରୁ ବାଦ ଦିଆଯାଇଥିଲା ଏବଂ କଂଗ୍ରେସ ସମେତ ଅନ୍ୟ କେତେକ ରାଜନୈତିକ ଦଳ ଏହାର ଘୋର ବିରୋଧ କରିଥିଲେ।

Comments are closed.