କାଶ୍ମୀର ଡିଭିଜନରେ ଆସନ୍ତାକାଲିଠାରୁ ବୋର୍ଡ଼ ପରୀକ୍ଷା : ସମସ୍ତ ପ୍ରସ୍ତୁତି ଚୁଡାନ୍ତ

କାଶ୍ମୀର : ସମଗ୍ର କାଶ୍ମୀର ଡିଭିଜନରେ ମଙ୍ଗଳବାରଠାରୁ ବୋର୍ଡ଼ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କାଶ୍ମୀର ଡିଭିଜନାଲ୍‍ କମିଶନର ବସିର୍‍ ଅହମ୍ମଦ ଖାଁ ସ୍କୁଲ୍‍ ବୋର୍ଡ଼ ପରୀକ୍ଷା ନିର୍ବିଘ୍ନରେ ଶେଷ କରିବା ପାଇଁ ସମସ୍ତ ଡେପୁଟି କମିଶନର୍‍ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୋର୍ଡ଼ ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିବା ପରେ ସେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତାକାଲିଠାରୁ ପରୀକ୍ଷାର ବହୁ ପୂର୍ବରୁ ସ୍ଥାନୀୟ ଥାନାଗୁଡ଼ିକରେ ପରୀକ୍ଷା ସାମଗ୍ରୀ ଜମା କରିବା ବିଷୟ ନିଶ୍ଚିତ କରିବାକୁ
ସ୍କୁଲ୍‍ ବୋର୍ଡ଼ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ଶେଷ ହେବା ପରେ ଉତ୍ତର ପତ୍ରଗୁଡ଼ିକୁ ସମ୍ପୃକ୍ତ ଥାନାଗୁଡ଼ିକରେ ଜମା କରାଯିବ।

Comments are closed.