ଅନୁପ୍ରବେଶପାଇଁ  କାଶ୍ମୀରରେ ସୀମାରେ  ପ୍ରସ୍ତୁତ ହୋଇ ରହିଛନ୍ତି ଆତଙ୍କବାଦୀ:  ଜାମ୍ମୁ-କାଶ୍ମୀର ପୁଲିସ ଡିଜି

0

ବିଜୟପୁର.- କାଶ୍ମୀରରେ ସୀମାରେ ବହୁ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଥିବା କଥା ଜାମ୍ମୁ-କାଶ୍ମୀର ପୁଲିସ ଡିଜି ଏସ୍‌ପି ବୈଦ କହିଛନ୍ତି । ଅସ୍ତ୍ର ଶସ୍ତ୍ର ସହ ଆତଙ୍କବାଦୀମାନେ ସୀମାରେ ପ୍ରସ୍ତୁତ ହୋଇ ରହିଛନ୍ତି  ବୋଲି ପୁଲିସ୍‌ ଡିଜି ଏସ୍‌ପି ବୈଦ ସୂଚନା ଦେଇଛନ୍ତି ।

ପାକିସ୍ତାନର କରୁଥିବା ଅପପ୍ରଚାର ସହାୟତା ନେଇ କିଛି ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହେଉଛନ୍ତି । ସେମାନଙ୍କୁ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେବା ପାଇଁ ପାକିସ୍ତାନର ପ୍ରୋତ୍ସାହନରେ କିଛି ଲୋକ ସାମାଜିକ ଗଣମାଧ୍ୟମରେ ଯୁବକମାନଙ୍କୁ ଉସ୍‌କାଉଛନ୍ତି । ମାତ୍ର ପୁଲିସ ଏଥିପାଇଁ ପଦକ୍ଷେପ ଗ୍ରହଣ କରୁଥିବା ସେ ପ୍ରକାଶ କରିଛନ୍ତି ।

ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥଇବାର ସୂଚନା ମିଳିବା ପରେ ସେନା ଓ ବିଏସ୍‌ଏଫ୍‌ର ଜବାନ୍‌ମାନେ ସତର୍କ ହୋଇ ରହିଛନ୍ତି । ସୋସିଆଲ୍‌ ମିଡିଆରେ କରାଯାଉଥିବା ବିଭିନ୍ନ ମିଥ୍ୟା ପ୍ରଚାରର ଜବାବ୍‌ ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply