ଜାମ୍ମୁକାଶ୍ମୀର : ଖାତରେ କାର୍‍ ଖସି ଗୋଟିଏ ପରିବାରର ୫ ମୃତ

ଶ୍ରୀନଗର : ଜାମ୍ମୁକାଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଡ୍ରାବଶାଲା ନିକଟ ଏକ ଖାତରେ ଗୋଟିଏ କାର୍‍ ଖସିପଡ଼ିବାରୁ ୨ ଜଣ ମହିଳାଙ୍କ ସମେତ ୫ ଜଣଙ୍କର
ମୃତ୍ୟୁ ଘଟିଛି। ଗୋଟିଏ ପରିବାରର  ଏହି ୫ ଜଣ ସଦସ୍ୟ କାରରେ ଜାମ୍ମୁରୁ ବାହାଦତ ଗ୍ରାମକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ି
ଚାଳକ ଭାରସାମ୍ୟ ହରାଇବାରୁ  ପାନିନାଲହ ନିକଟରେ ଗାଡ଼ିଟି ଖାତ ମଧ୍ୟକୁ ଖସିପଡ଼ିଥିଲା।

ତେବେ ମୃତକଙ୍କ ପରିଚୟ ମିଳିଛି, ସେମାନେ ହେଉଛନ୍ତି ପୱନ କୁମାର, ତାଙ୍କ ପତ୍ନୀ ରେଖା ଦେବୀ, ରୀତା ଦେବୀ, କେୱଲ କ୍ରୀଷ୍ଣା ଏବଂ ପି.କୁମାର।

Comments are closed.