ଜାମ୍ମୁ-କାଶ୍ମୀରରେ ଲସ୍କର-ଏ-ତୟବାର ୩ ଆତଙ୍କବାଦୀ ନିହତ

ଡେସ୍କ: ଜାମ୍ମୁ-କାଶ୍ମୀରରେ ଲସ୍କର-ଏ-ତୟବାର ୩ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପ୍ୱାଡ଼ା ଜିଲ୍ଲାରେ ପୁଲିସ ସହ ସଂଘର୍ଷରେ ସେହି ୩ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି। କାଶ୍ମୀର ଜୋନ୍ ପୁଲିସ୍ ଟ୍ୱିଟ୍ କରି କହିଛି, ସେମାନଙ୍କ ଅନୁପ୍ରବେଶ ଉଦ୍ୟମ ସଂକ୍ରାନ୍ତରେ ଗୁପ୍ତ ସୂଚନା ମିଳିବା ପରେ କୁପ୍ୱାଡ଼ା ପୁଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।
ସେନାବାହିନୀ ଓ ଜାମ୍ମୁ-କାଶ୍ମୀର ପୁଲିସ୍ର ଏକ ମିଳିତ ଦଳ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ମୃତ ଆତଙ୍କବାଦୀମାନଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। କାଶ୍ମୀର୍ ରେଞ୍ଜ୍ ପୁଲିସ୍ ଆଇ.ଜି. ବିଜୟ କୁମାର କହିଛନ୍ତି, ଜୈସେ-ମହମ୍ମଦର ୧୪ ଜଣ ଆତଙ୍କବାଦୀ ଓ ଲସ୍କର-ଏ-ତୟବାର ୧୨ ଜଣ ଆତଙ୍କବାଦୀଙ୍କ ସମେତ ଏପର୍ଯ୍ୟନ୍ତ ୨୬ ଜଣ ଆତଙ୍କବାଦୀଙ୍କର ସଂଘର୍ଷରେ ମୃତ୍ୟୁ ଘଟିଛି।
Comments are closed.