ଜମ୍ମୁ-କାଶ୍ମୀର ବାରମୂଳାରେ ଆତଙ୍କବାଦୀ ଆକ୍ରମଣ, ୩ ଯବାନ ସହିଦ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ବାରମୂଳାରେ ସିଆରପିଏଫ ଏବଂ ପୁଲିସର ମିଳିତ ଟିମ୍ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିବା ଜଣାପଡିଛି । ଏହି ଆତଙ୍କବାଦୀ ହମଲାରେ ୨ ସିଆରପିଏଫ ଯବାନଙ୍କ ସହ ଜମ୍ମୁକାଶ୍ମୀର ପୁଲିସର ଏସପିଓ ଯବାନ ସହିଦ ହୋଇଥିବା ଜଣାପଡିଛି। ଆତଙ୍କବାଦୀଙ୍କ ଆକ୍ରମଣପରେ ସେହି ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।


ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବାରାମୂଳାର କେରି ଅଞ୍ଚଳ ଅଞ୍ଚଳରେ ତନଖି କରୁଥିବା ସିଆରପିଏଫ ପୁଲିସ ଦଳ ଗାଡ଼ିରୁ ଓହ୍ଲାଇବା ପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ସିଆରପିଏଫର ୧୧୯ ବାଟାଲିୟନର ଦୁଇଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଜମ୍ମୁ-କଶ୍ମୀର ପୁଲିସର ଜଣେ ଅଧିକାରୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।

ଏହି ଆକ୍ରମଣ ସମ୍ପର୍କରେ ଜାମ୍ମୁ କାଶ୍ମୀର ପୋଲିସ୍ ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାର ସୂଚନା ଦେଇ କହିଛନ୍ତି ଯେ ଏହି ଆକ୍ରମଣରେ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଏସପିଓ ଅଧିକାରୀ ଏବଂ ଦୁଇ ଜଣ ସିଆରପିଏଫ ଯବାନ ସହୀଦ ହୋଇଛନ୍ତି । ଏହି ଆକ୍ରମଣ ପରେ ତୁରନ୍ତ ସେନା ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ସେନା ପକ୍ଷରୁ କର୍ଡନ କରାଯାଇଛି ।

Comments are closed.