କାଶ୍ମୀରର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେ ଗୃହବନ୍ଦୀ। ପ୍ରସ୍ତାବିତ ନିର୍ବାଚନ ମଣ୍ଡଳୀ ପୁନର୍ଗଠନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ସୁରକ୍ଷାଗତ କାରଣ ସ୍ବରୂପ ସେମାନଙ୍କୁ ଗୃହବନ୍ଦୀ କରାଯାଇଥିବା ପ୍ରକାଶ। ଏହି ତିନି ଜଣ ହେଉଛନ୍ତି ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି ମୁଖ୍ୟ ମେହବୁବା ମୁଫ୍‌ତି ଏବଂ ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା ଓ ଫାରୁକ ଅବଦୁଲ୍ଲା। ଏହି ତିନିଜଣ ଏବେ ଗୁପକର ରୋଡସ୍ଥିତ ବାସଭବନରେ ଅବସ୍ଥାନ କରୁଛନ୍ତି। ବାସଭବନ ସମ୍ମୁଖରେ ସୁରକ୍ଷା ବଳର ଗାଡ଼ି ରଖାଯାଇ ସମ୍ପୃକ୍ତ ଅଞ୍ଚଳକୁ ସାଧାରଣ ଜନତାଙ୍କୁ ପ୍ରବେଶ ଅନୁମତି ମିଳୁ ନାହିଁ।

Comments are closed.