ଜାମ୍ମୁ-କାଶ୍ମୀରରେ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ; ପରୀକ୍ଷା ଦେବେ ୧.୬ଲକ୍ଷ ଛାତ୍ରଛାତ୍ରୀ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସ୍ଥିତି ସ୍ବଭାବିକ ହେବାରେ ଲାଗିଛି । ତେଣୁ ପ୍ରଶାସନ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୯ ତାରିଖରୁ ଦଶମଶ୍ରେଣୀ ଓ ନଭେମ୍ବର ୧୦ ତାରିଖରୁ ଏକାଦଶ ଶ୍ରେଣୀ ପରୀକ୍ଷା ହେବ। ଜାମ୍ମୁ କାଶ୍ମୀରର ମୋଟ୍ ୧ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ଆଗାମୀ ସ୍କୁଲ୍‍ ବୋର୍ଡ ପରୀକ୍ଷା ଦେବେ। ଏଥିପାଇଁ କାଶ୍ମୀର ଉପତ୍ୟକାରେ ୧,୫୦୨ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଆସନ୍ତା ୨୯ ତାରିଖରୁ ଦଶମଶ୍ରେଣୀ ପରୀକ୍ଷା ଆରମ୍ଭ ହେବ ଓ ୬୫ ହଜାର ଛାତ୍ରଛାତ୍ରୀ ୪୧୩ଟି କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ଆସନ୍ତା ୩୦ ତାରିଖରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ
ହେବ। ଏଥିରେ ୬୩୩ଟି କେନ୍ଦ୍ରରେ ୪୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ନଭେମ୍ବର ୧୦ ତାରିଖରୁ ଏକାଦଶ ଶ୍ରେଣୀ ପରୀକ୍ଷା ହେବ ଓ ଏଥିରେ ୪୫୬ଟି କେନ୍ଦ୍ରରେ ୪୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ଏ ସଂକ୍ରାନ୍ତରେ କାଶ୍ମୀର ଡିଭିଜନାଲ୍‍ କମିଶନର ବସିର୍‍ ଅହମ୍ମଦ ଖାଁ  ଏକ ଉଚ୍ଚସ୍ତରୀୟ ବୈଠକରେ ସ୍କୁଲ୍‍ ବୋର୍ଡ ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପରୀକ୍ଷା କଣ୍ଟ୍ରୋଲ୍‍ ରୁମ୍‍ମାନ ସ୍ଥାପନ କରିବାକୁ ସେ ସମସ୍ତ ଡେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାଶ୍ମୀର ଉପତ୍ୟକାରେ ସୂଚାରୁରୂପେ ସ୍କୁଲ୍‍ ବୋର୍ଡ ପରୀକ୍ଷା ସଂପନ୍ନ କରିବା ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.