ଭାରତୀୟ ବଜାରକୁ ଆସିଲା ‘ଜିଭି’ର ନୂଆ ସ୍ମାର୍ଟଫୋନ

0

ନୂଆଦିଲ୍ଲୀ : ଘରୋଇ ମୋବାଇଲ ଫୋନ ବ୍ରାଣ୍ଡ ଜିଭି ଏକ ସ୍ମାର୍ଟଫୋନ ଭାରତୀୟ ବଜାରରେ ଲଞ୍ଚ କରିଛି। ଯାହାର ନାମ ଓପିୟୁଏସ୍‍-ଏସ୍୩। ଏଥିରେ ଫୁଲ ଭ୍ୟୁ (୧୮:୯)ଡିସପ୍ଲେ, ଟିପଚିହ୍ନ ସେନସର, ଫେସ୍ ଅନଲକ୍‍ ଭଳି ଫିଚରସ୍‍ ମଳିବ। ଏଥିରେ ଡୁଆଲ ସିମ(୪ଜି+୪ଜି) ସପୋର୍ଟ ରହିଛି। ଫୋନରେ ୫.୭ଇଞ୍ଚର ଫୁଲ ଭ୍ୟୁ ଡିସପ୍ଳେ ଏବଂ ଆଣ୍ଡ୍ରଏଡ ଓରିୟୋ ୮.୧ଦିଆଯାଇଛି। ଏହାବ୍ୟତୀତ ଫୋନରେ ଆପଣଙ୍କୁ ୨ଜିବି ରାମ ସହିତ ୧୬ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୧୨୮ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଫୋନରେ ୧୩ମେଗାପିକ୍ସେଲର ଡୁଆଲ ରିୟର କ୍ୟାମେରା ରହିଛି। ଯେଉଁଥିରେ ଷ୍ଟିକର, ସ୍କିନ ଡିଟେକସନ୍‍, ଟାଇମ ଫ୍ଲାସ ଶର୍ଟ, ଜିଆଇଏଫ୍‍, ଟଚ୍‍ ଟୁ ସୁଟ ଭଳି ଫିଚର୍ସ ରହିଛି। ସେହିଭଳି ଏହାର ଆଗପଟ କ୍ୟାମେରା ୫ମେଗାପିକ୍ସେଲ। ଉଭୟ କ୍ୟାମେରାରେ ଫ୍ଲାସ ଲାଇଟର ସୁବିଧା ରହିଛି। ଏଥିରେ ମେଡିଆଟେକର ଏମ୍‍ଟିକେ ୬୭୩୯କ୍ୱାଡକୋର ପ୍ରୋସେସର ରହିଛି। ଯାହାର କ୍ଲକ୍‍ ସ୍ପିଡ ୧.୩ଜିଏଚଜେଡ୍।

Leave A Reply