ଜାମ୍ମୁକାଶ୍ମୀର ବିଜେପି ସଭାପତିଙ୍କୁ କରୋନା; ସଙ୍ଗରୋଧରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

ଜାମ୍ମୁକାଶ୍ମୀର ବିଜେପି ସଭାପତି ରବୀନ୍ଦ୍ର ରାଇନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ନିଜକୁ ସଙ୍ଗରୋଧରେ ରହିଛନ୍ତି। ନିଜେ ଶ୍ରୀ ସିଂହ ଏ ସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି ।

କିଛିଦିନ ତଳେ ଶ୍ରୀ ସିଂହ ଜାମ୍ମୁକାଶ୍ମୀର ଗସ୍ତରେ ଯାଇଥିବା ସମୟରେ ରବୀନ୍ଦ୍ରଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ରବୀନ୍ଦ୍ରଙ୍କ ସ୍ବାବ ପରୀକ୍ଷା ହୋଇଥିଲା ଓ ସେ କରୋନା ପଜିଟିଭ୍ ଆସିଥିଲେ । ଏହି ଖବର ପାଇବା ପରେ ମନ୍ତ୍ରୀ ଶ୍ରୀ ସିଂହ ସଙ୍ଗରୋଧରେ ରହିଥିବା ଜଣାପଡ଼ିଛି ।

Comments are closed.