ସୁଆଦିଆ ଜିରା ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ଘିଅ – ୪ ଚାମଚ
କଟା ପିଆଜ – ୨ଟି
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ଗୋଟା ଜିରା – ୩ ଚାମଚ
ଜିରା ଗୁଣ୍ଡ – ୧ ଚାମଚ
ଗରମ ମସଲା – ୧ ଚାମଚ
ହଳଦୀ ଗଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ୧ଚାମଚ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଅଳ୍ପ ହଳଦୀ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଗ୍ୟାସରେ କଡ଼େଇ ବସାଇ ଏଥିରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ କଟା ପିଆଜ, ଗୋଟା ଜିରା ପକାଇ ଭାଜନ୍ତୁ। ଭାଜି ହେବା ପରେ ଅଦା ରସୁଣ ବଟା, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଗରମ ମସଲା, ପାତ୍ରରେ ରଖିଥିବା ଚିକେନ ପକାଇ ଅଳ୍ପ ପାଣି ଦେଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷିବା ପରେ ଏଥିରେ ଲେମ୍ବୁ ରସ, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର ପକାଇ ୫ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ସୁଆଦିଆ ଜିରା ଚିକେନ।

Comments are closed.